କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସି ଏଚ ନୁଆଁଗାଁ ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ଧାନମଣ୍ଡିର ଶୁଭ ଉଦଘାଟନ କରିଥିଲେ । ଚଳିତ ଖରିଫ ଋତୁରେ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀଙ୍କର ଧାନ କିପରି ସୁବିଧାରେ ଯାଇ ପାରିବ ସେ ଉପରେ ଗୁରତ୍ୱରୋପ କରିଥିଲେ ବିଧାୟକ । ରାଜ୍ୟ ସରକାରଙ୍କ ନିୟମ ପ୍ରକାରେ ଚଳିତ ବର୍ଷ ମଧ୍ୟ ଧାନ ଉଠାଯିବ ଏବଂ ଧାନମଣ୍ଡିରେ କୌଣସି ପ୍ରକାର କଟନୀ ଛଟନୀକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକ ଠୋକ ଶୁଣାଇଥିଲେ ବିଧାୟକ ।