କରଞ୍ଜିଆ: ମୁଖ୍ୟ ବିଚାରାଳୟ ମୟୂରଭଞ୍ଜ ଜିଲ୍ଲା ପୋର୍ଟଫୋଲିଓ ଜଜ୍ ,ଜିଲ୍ଲା ଓ ସେସନ ଜଜଙ୍କ କରଞ୍ଜିଆ ଗସ୍ତ,ଓକିଲ ସଂଘ ପକ୍ଷରୁ ନିବେଦନ ପତ୍ର ପ୍ରଦାନ
ମୁଖ୍ୟ ବିଚାରାଳୟ ମୟୂରଭଞ୍ଜ ଜିଲ୍ଲା ପୋର୍ଟଫୋଲିଓ ଜଜ୍ ଆରକେ ପଟ୍ଟନାୟକ ଓ ଜିଲ୍ଲା ଦୈରା ଜଜ୍ ଅରବିନ୍ଦ ପଟ୍ଟନାୟକ ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ କରଞ୍ଜିଆ ଗସ୍ତରେ ଆସି ରାଜସ୍ବ ବଙ୍ଗଳା ଠାରେ ପହଞ୍ଚିବା ପରେ କରଞ୍ଜିଆ ଓକିଲ ସଂଘ ପକ୍ଷରୁ ତାଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ମଦନମୋହନ ମହାନ୍ତ, ସମ୍ପାଦକ ସରୋଜ କୁମାର ରାଉଳଙ୍କ ନେତୃତ୍ୱରେ ଓକିଲ ମାନଙ୍କ ଏକ ପ୍ରତନିଧି ମଣ୍ଡଳ ତାଙ୍କୁ ରାଜସ୍ୱ ବଙ୍ଗଳା ଠାରେ ଭେଟି ଏକ ନିବେଦନ ପତ୍ର ପ୍ରଦାନ କରାଯାଇଥିଲା।