ଆଜି ସଂଧ୍ଯା ୫ଟା ସମୟରେ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟାଙ୍ଗୀ ବ୍ଲକର ସଲପଗୁଡ଼ା ଗ୍ରାମ ଗସ୍ତ କରିଛନ୍ତି ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ। ସଡ଼କ ଦୁର୍ଘଟଣାରେ ପଟ୍ଟାଙ୍ଗୀ ବ୍ଲକର ସଲପଗୁଡ଼ା ଗ୍ରାମର ଲଇଛନ ପାମିଆଙ୍କ ପୁଅ ଗଙ୍ଗା ପାମିଆଙ୍କ ଆକସ୍ମିକ ମୃତ୍ୟୁ ଘଟଣାରେ ପରେ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଗଙ୍ଗାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ।