ରେଙ୍ଗାଲି: ଧନକଉଡ଼ା ପଡ଼ିଆରେ ସାର୍ବଜନୀନ ଦୁର୍ଗାପୂଜା ମେଢ଼ରେ ଓଡ଼ିଶାର ପ୍ରମୁଖ ପୁରାତନ ପରମ୍ପରା ଭାଇ ଜୁନ୍ତିଆ ପାଳନ
ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧନକଉଡ଼ା ପଡ଼ିଆ ଠାରେ ଧନକଉଡ଼ା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ମାଁ ଙ୍କ ଦୁର୍ଗାପୁଜାଟି ମହାସମାରୋହରେ ଅନୁଷ୍ଠିତ ହେଉଛି l ଏହି ଅବସରରେ ଆକର୍ଷଣୀୟ ଆଲୋକସଜ୍ଜା ସ଼ହ ମେଢ଼ ନିର୍ମାଣ କରାଯାଇ ମାଁ ଙ୍କ ପୁଜା କରାଯାଉଛି l ତେବେ ଗୁରୁବାର ରାତି 10 ଟା ସମୟରେ ମାଁଙ୍କ ପୁଜା ମଣ୍ଡପ ରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ପରମ୍ପରା ଭାଇ ଜୁଇନ୍ତିଆ ପାଳନ କରାଯାଇଥିଲା। ମହିଳା ଓ ଝିଅ ମାନେ ନିଜ ଭାଇର ଦୀର୍ଘାୟୁ ତଥା ମଙ୍ଗଳ କାମନା କରି ଏହି ଭାଇ ଜୁଇନ୍ତିଆ ପାଳନ କରିଥାନ୍ତି।