ପାଲଲହଡା: ଖଡକା ଗ୍ରାମରେ ଅଗ୍ନିକାଣ୍ଡ, ପାଳ ଭାଡ଼ି ଜଳିପୋଡି ପାଉଁଶ
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖଡକା ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଳ ଭାଡ଼ି ସମ୍ପୂର୍ଣ ପାଉଁଶ ହୋଇଥିବା ସୋମବାର ରାତ୍ରି ୮ଟା ସମୟରେ ଜଣାପଡିଛି। ସୁଚନା ଅନୁସାରେ ଖଡ଼କା ଗ୍ରାମର ଦିକୁ ବେହେରା ନାମକ ବ୍ୟକ୍ତିଙ୍କ ପାଳ ଭାଡ଼ିରେ ଅଗ୍ନିକାଣ୍ଡ ଘଟି ଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ପାଳ ଭାଡ଼ି ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ।