ଗୁରୁବାର ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲାର ତାଡ଼ମାରେ ସ୍ଥାନୀୟ ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଜଙ୍ଗଲରେ ନିଆଁକୁ କିପରି ନିର୍ବାପିତ କରାଯାଇପାରିବ ସେନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବନବିଭାଗ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ରାଲିରେ ଯୋଗଦେଇ ଜନସଚେତନତା ପାଇଁ ସ୍ଲୋଗାନ ଦେଇଥିଲେ।