ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ସୋନପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ଼.କେଦାର ମିଶ୍ର ଙ୍କ ସଭାପତିତ୍ବରେ ଡ. ଅଭିଷେକ ମିଶ୍ର ଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର ଯୋଗଦେଇ ସୁବର୍ଣ୍ଣପୁର ସହର ଏକ ଚମତ୍କାର ସହର, ଏଠି ପାଦ ଥାପିଲା ମାତ୍ରେ ଏକ ଆଧ୍ୟାତ୍ମିକ ସ୍ପନ୍ଦନ ରେ ସ୍ପନ୍ଦିତ ହୁଏ ବୋଲି କହିଥିଲେ l ସଂସ୍କୃତି ଆଧାରିତ ଆମ ଭାରତୀୟ ସମ୍ବିଧାନ, ଏହା ଆମ ଦେଶ ର ଆତ୍ମା, ଏଥିରେ ନିଜସ୍ଵ ସଂସ୍କୃତି ପ୍ରତିଫଳିତ ହୋଇଛି l