ଗୋପାଳପୁର: ଗଞ୍ଜାମ ଦିଗପହଣ୍ଡି ଠାରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ, ଯୋଗଦେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ମଧ୍ୟାହ୍ନରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଆମ ଅଞ୍ଚଳରେ ତିଆରି ହେଉଥିବା ସାମଗ୍ରୀକୁ ନିଜେ ବ୍ୟବହାର କରିବା ଏବଂ ସମସ୍ତଙ୍କୁ ବ୍ୟବହାର କରିବା ପାଇଁ ପ୍ରେରିତ କରିବା ନେଇ ଆହ୍ବାନ ଦେଇଛନ୍ତି ।