ପଟ୍ଟାଙ୍ଗୀ: ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି
ଶନିବାର ନନ୍ଦପୁର ଥାନା ଅଧୀନସ୍ଥ ଘାଗଡାପଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରାପ୍ତ ବୟସ୍କ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ୨୦ ବର୍ଷୀୟ ଜଗତ କିର୍ଷାନି ପିତା ଦଇତାରୀ କିର୍ଷାନି। ଏ ନେଇ ତାଙ୍କ ବଡ ଭାଇ ଗୋପୀ କିର୍ଷାନି ନନ୍ଦପୁର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି।