ମୋରଡା ଥାନା କୋହି ପଞ୍ଚାୟତ ଅଧୀନ ଭୋଲଘାଟି ଗ୍ରାମରେ ଥିବା ଖୋଲା ସ୍ଥାନରୁ ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା କିଛି କାଠଗଣ୍ଡିକୁ ସୋମବାର ଅପରାହ୍ନ ୪ଟାରେ ଜବତ କଲା ବନବିଭାଗ l ସୂଚନା ମୁତାବକ ଚୋରା ଚାଲାଣ ନିମନ୍ତେ କାଠ ମାଫିଆ ମାନେ ମୂଲ୍ୟବାନ ଗଛଗୁଡିକୁ ବେଆଇନ ଭାବରେ କାଟି ଭୋଲଘାଟି ଗାଁରେ ଗଛିତ କରି ରଖିଥିବାର ଖବରପାଇ ବନବିଭାଗ ପକ୍ଷରୁ ସୋମବାର ଅପରାହ୍ନରେ ଚଢାଉ କରାଯାଇ ୬ଖଣ୍ଡ କାଠଗଣ୍ଡି ଜବତ କରାଯାଇଥିଲା l