କୋଟପାଡ: ବୈପାରୀଗୁଡା ଠାରେ ପୋଲିସ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି ।
Kotpad, Koraput | Nov 28, 2025 ବୈପାରୀଗୁଡା ଠାରେ ପୋଲିସ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଆଜି ଅପରାହ୍ନ ୨ ଟା ସମୟରେ ବୈପାରୀଗୁଡା ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ହାଇସ୍କୁଲ ଠାରୁ ପଚିମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପୁଣି ସ୍କୁଲ କୁ ପର୍ଯ୍ୟନ୍ତ ରାଲି ଅନୁଷ୍ଠିତ ହୋଇଥିଲା l ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପ୍ଲାକାର୍ଡ, ବ୍ୟାନର ଧରି ସଡ଼କ ସୁରକ୍ଷା ଜୀବନ ରକ୍ଷା, ହେଲମେଟ୍ ପିନ୍ଧି ଗାଡ଼ି ଚଲାଇବା, ମଦ ପିଇ ଗାଡ଼ି ନ ଚଲାନ୍ତୁ, ଟ୍ରାଫିକ ନିୟମ ମାନନ୍ତୁ ବୋଲି ସଚେତନ କରିଥିଲେ