ଜୟପୁର: ଏଆଇଟିୟୁସିର ସର୍ବ ଭାରତୀୟ ଆନ୍ଦୋଳନ ଡାକରାରେ ଜୟପୁର ଶ୍ରମିକ କର୍ମଚାରୀ ଭଵନ ନିକଟରେ ବିକ୍ଷୋଭ ପ୍ରଦର୍ଶନ
ଏଆଇଟିୟୁସିର ସର୍ବ ଭାରତୀୟ ଆନ୍ଦୋଳନର ଡାକରାରେ ଜୟପୁର ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜୟପୁର ଶ୍ରମିକ କର୍ମଚାରି ଭବନ ଠାରେ ଏଆଇଟିୟୁସି କୋରାପୁଟ ଜିଲା କମିଟି ତରଫରୁ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ବିକ୍ଷୋଭରେ ଶ୍ରମିକ ନେତା ଯୁଧିଷ୍ଟିର ରାଉଳ, ରାମ କୃଷ୍ଣ ଦାସ, ଉତ୍ତମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଚାରୋଟି ଶ୍ରମ କୋଡ ବାତିଲ କରି ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷିତ କରିବା, ଆଉଟ ସୋସିଙ୍ଗ, ଠିକା ଶ୍ରମିକ ପ୍ରଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା ଆଦି ଦାବି ରହିଛି l