ସୋନପୁର: ସୋନପୁରରେ ଜିଲ୍ଲା ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ତାଲିମ ଶିବିର ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ପୂର୍ବାହ୍ନ 10 ଘଣ୍ଟାରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାର ସମସ୍ତ ଆଞ୍ଚଳିକ ସାଧନ ସଂଯୋଜକଙ୍କ ଏକ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଶିବିରରେ ଜିଲ୍ଲାର ସମସ୍ତ 6 ଗୋଟି ବ୍ଲକର 92 ଜଣ ଆଞ୍ଚଳିକ ସାଧନ ସଂଯୋଜକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି l ଆସନ୍ତା 6/12/2025 କ୍ଲଷ୍ଟର ସ୍ତରରେ ଏହି ପ୍ରଶିକ୍ଷଣ ପ୍ରତ୍ୟେକ ସ୍କୁଲରେ ଅନୁଷ୍ଠିତ ହେବାକୁ ଥିବାବେଳେ,ନୂତନ ଶିକ୍ଷା ନୀତିରେ ଶିଶୁମନଙ୍କୁ ଶିକ୍ଷାଦାନ ଏହି ଶିବିରର ମୂଳ ଉଦ୍ୟେଶ୍ୟ ବୋଲି ଜଣା ପଡିଛି l