ମୋରଡା: ବାରିଗାଁ ଗାଁରେ ବାପଘର ପଛପଟେ ଗଛରେ ସୂଈସାଇଡାଲ ନୋଟଲେଖି ଫାଶୀଦେଇ ଆତ୍ମହତ୍ୟା କଲେ ଏଏନଏମ କାର୍ମୀ, ମାଜିଷ୍ଟ୍ରେଟଙ୍କ ସହାୟତାରେ ତଦନ୍ତ ଜାରି
ଶୁଳିଆପଦା ଥାନା ଅଧୀନ ବାରିଗାଁ ଗ୍ରାମରେ ପ୍ରସବ ପରବର୍ତୀକାଳୀନ ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ସୂଈସାଈଡାଲ ନୋଟଲେଖି ଗଛରେ ଫାସୀ ଦେଇ ଜନୈକା ଏଏନଏମ କର୍ମୀ ଆତ୍ମହତ୍ୟା କରିବା ଘଟଣାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ଶୂଳିଆପଦା ପୁଲିସ l ମୃତା ଏଏନଏମ କର୍ମୀହେଉଛନ୍ତି ପାକଟିଆ ଗ୍ରାମର ମନୋହର ସିଙ୍କ ସ୍ତ୍ରୀ ବନିତା ସି l