ସୋନପୁର: ଗଣ୍ଡାପାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ୪୦ ଲିଟର ମଦ ସହ ବିପୁଳ ପରିମାଣରେ ମହୁଲପୋଚ ନଷ୍ଟ ଅବକାରୀ ଥାନାରେ ମାମଲା ରୁଜ୍ଜୁ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଥାନା ଅନ୍ତର୍ଗତ ଗଣ୍ଡାପାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ୪୦ ଲିଟର ମଦ ସହ ବିପୁଳ ପରିମାଣରେ ମହୁଲପୋଚ ନଷ୍ଟ ଅବକାରୀ ଥାନାରେ ମାମଲା ରୁଜ୍ଜୁ। ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ବିନିକା ଅବକାରୀ ଓଆଇସି ବୁଦ୍ଧଦେବ ପୁଟେଲ ଙ୍କ ନେତୃତ୍ୱରେ ଏକ ଅବକାରୀ ଟିମ ଆଜି ଅପରାହ୍ନ ୪ଟାରେ ଚଢ଼ାଉ କରି ଗଣ୍ଡାପାଲି ପାଖରୁ ୪୦ ଲିଟର ଦେଶୀ ମଦକୁ ଯବତ କରିଥିବା ବେଳେ ବିପୁଳ ପରିମାଣରେ ମହୁଲପୋଚ କୁ ନଷ୍ଟ କରିଛନ୍ତି।