ଆଜି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକର ଉପରକାଣ୍ଟି ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ନେଇ ବ୍ଲକ କାର୍ଯ୍ୟାଳୟ ତରଫରୁ ଦିନ ୨ଟା ସମୟରେ ସୂଚନା ମିଳିଛି। ଉକ୍ତ ସଚେତନତା ଓ ଜନ ଶୁଣାଣି ଶିବିରରେ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ , ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।