କରଞ୍ଜିଆ: କରଞ୍ଜିଆ ବନଖଣ୍ଡର ପୃଥକ୍ ପୃଥକ୍ ବନାଞ୍ଚଳରେ ୧୫ ଗୋଟି ହାତୀଙ୍କ ଉପଦ୍ରବ
କରଞ୍ଜିଆ ବନଖଣ୍ଡରେ ଆଜି ରାତି ପ୍ରାୟ ୮ ଘଟିକା ସମୟରେ ପୃଥକ୍ ପୃଥକ୍ ବନାଞ୍ଚଳରେ ୧୫ ଗୋଟି ହାତୀ ଉପଦ୍ରବ କରୁଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଦୁଧିଆଣି ବନାଞ୍ଚଳର ଶିଆଳନଈ ଠାରେ ୩ ଗୋଟି,କରଞ୍ଜିଆ ବନାଞ୍ଚଳର ଦେଓଢିପା ଠାରେ ୭ ଗୋଟି,ଠାକୁରମୁଣ୍ଡା ବନାଞ୍ଚଳରେ ଗୋଟିଏ ଓ ସାତକୋଶିଆ ବନାଞ୍ଚଳରେ ୪ ଗୋଟି ହାତୀ ଉପଦ୍ରବ କରୁଛନ୍ତି।ହାତୀପଲ ରାତି ସମୟରେ ଗାଁ ନିକଟବର୍ତୀ ଅଞ୍ଚଳ ମାନଙ୍କରେ ବିଚରଣ କରୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବର ପାଇ ବନବିଭାଗ ର ପୃଥକ୍ ପୃଥକ୍ ଦଳ ହାତୀ ଗତିବିଧି ଉପରେ ନଜର ରଖିବାକୁ ନିୟୋଜିତ ରହିଛନ୍ତି।