ନର୍ଲା ବ୍ଲକ ଅଧିନ ରୁପ୍ରା ଠାରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶନିବାର ଦିନ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚା ମନ୍ଦିରରେ ଶନିବାର ସକାଳୁ ରୀତିନୀତି ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ମହାପ୍ରଭୁ ମାଉସୀ ଘରେ ୯ଦିନ ରହିବା ପରେ ଶନିବାର ରାତ୍ରୀ ଆଠ ଘଣ୍ଟା ସମୟ ରେ ନିଜ ମନ୍ଦିରକୁ ଫେରି ଆସିଥିଲେ। ପାଗ ଅନୁକୂଳ ଥିବାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଅପରାହ୍ନ ସାଢେ ୪ଟାରେ ପହଣ୍ଡି ବିଜେ ଓ ଛେରାପହଁରା ଅନୁଷ୍ଠିତ ହୋଇଥିଲା।