ଦଣ୍ଡନାଚରେ ଅଶ୍ଲିଳତା ପରେ ସାମାଜିକ ନାଟକ ପରିବେଷଣ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଶ୍ଲିଳତା ପ୍ରଦର୍ଶନ ନକରି ସାମାଜିକ ନାଟକ ପରିବେଷଣ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ନାଟ୍ୟ ନିର୍ଦ୍ଦେଶକ ସଂଘ ।ଆଜି ଜିଲ୍ଲା ପ୍ରଶାସନ ଏହାକୁ ସମ୍ମତି ପ୍ରଦାନ କରିଛନ୍ତି। ଛତ୍ରପୁର ଠାରେ ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନାଟ୍ଯ ନିର୍ଦ୍ଦେଶକ ସଂଘ ସଭାପତି ରାଜଗୋପାଳ ପାଢ଼ୀ।