ବ୍ୟବସାୟ ଓ ଚାକିରୀ ନାଁରେ ଗଞ୍ଜାମ ଜିଲାର ଶତାଧିକ ଯୁବକ ଯୁବତୀ ଠାରୁ କୋଟିଏ ରୁ ଅଧିକ ଟଙ୍କା ଠକି ନେବା ଅଭିଯୋଗ ହୋଇଛି । ଏହି ସଂସ୍ଥାର ଟ୍ରଷ୍ଟ ଗଞ୍ଜାମ ମୁଖ୍ୟ କୋଠାର ସିଂ ର ନିରୁପମା ମହାନ୍ତି(୪୩) ବେଗୁନିଆପଡା ବ୍ଲକ ର ପ୍ରାୟ 20 ଜଣ ରୁ ଉର୍ଦ୍ଧ ମହିଳାଙ୍କ ଠାରୁ ବ୍ୟବସାୟ ପାଇଁ ମେସିନ ଯୋଗାଇବା ଓ ଚାକିରୀ ଯୋଗାଇବା କହି ପ୍ରତ୍ୟେକ ଙ୍କ ଠାରୁ କୋଡିଏ ହଜାର ଟଙ୍କା ଲେଖାଏଁ ଠକି ନେଇଥିବା ବେଗୁନିଆପଡା ଥାନାରେ ଅଭିଯୋଗ ହୋଇଛି । ଶୁକ୍ରବାର ଅପରାହ୍ନ 5 ଘଣ୍ଟ ସମୟରେ ପ୍ରତିକ୍ରିୟା ରଖିଛନ୍ତି ଠକେଇ ର ଶିକାର ହୋଇଥିବା ମହିଳା ଓ ପୁରୁଷ ।