ସୋନପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତାଲିମ ଗୃହଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଅଛି
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତାଲିମ ଗୃହଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଅଛି. ଏହି ଅବସରରେ ଆଜି ସକାଳ 10 ଟାରୁ ୧୨ ମଧ୍ୟରେ ଜିଲ୍ଲାପାଳ ଡ଼କ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତା ରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଏକ ବିଶାଳ ଏଡ଼ସ ସଚେତନତା ଶୋଭାଯାତ୍ରା ଓ ସ୍ଵେଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଥିଲା, ଏଥିରେ ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ପାଖାପାଖି 500 ଜଣ ଛାତ୍ର ଛାତ୍ରୀ, ଆଶା, ଅଙ୍ଗନବାଡି କର୍ମଚାରୀ, ସ୍ବେଛାସେବୀ ସାମିଲ ଥିଲେ