ଦିଗପହଣ୍ଡି: ବିଷାକ୍ତ ନାଗ ସାପ କାମୁଡ଼ାରେ ଦିଗପହଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର,ମେଡ଼ିକାଲ ସ୍ଥାନାନ୍ତର
ଦିଗପହଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ ନାଗ ସାପ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ରମେଶ କୁମାର ବୟସ ୩୮ ବର୍ଷ ତାଙ୍କ ଘର ରାଜସ୍ଥାନ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ରମେଶ କୁମାର ଏକ ମୃତି କାରିଗର ସେ ଦିଗପହଣ୍ଡି ଅଞ୍ଚଳରେ ମୃତୀ କାମ କରୁଥିଲେ ହେଲେ କାମ କରୁଥିବା ସମୟରେ ଏକ ନାଗ ସାପ ଉପରେ ତାଙ୍କ ଗୋଡ଼ ଭୁଲ ବଶତଃ ପଡ଼ି ଯାଇଥିଲା ଯାହାଫଳରେ ସର୍ପ ଟି ତାଙ୍କୁ କାମୁଡି ଦେଇଥିଲା ।