ସତ୍ୟବାଦୀ: ଶ୍ରୀରାମଚନ୍ଦ୍ରପୁର ଗ୍ରାମର ବଡ଼ ପୋଖରୀରୁ ଦେଢ଼ ଫୁଟର ନାରାୟଣଙ୍କ ପିତ୍ତଳ ମୂର୍ତ୍ତି ଉଦ୍ଧାର
Satyabadi, Puri | Sep 14, 2024 ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ବଡ଼ ପୋଖରୀରୁ ଆଜି ଦିନ ୧୧ଟାରେ ନାରାୟଣଙ୍କର ଏକ ପିତ୍ତଳ ମୂର୍ତ୍ତି ଉଦ୍ଧାର। ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ସ୍ନାନ କରିବା ସମୟରେ ଗୋଡ଼ରେ ମୂର୍ତ୍ତିଟି ବାଜିଥିଲା। ମୂର୍ତ୍ତିକୁ ଉଦ୍ଧାର କରି ପ୍ରଥମେ ଗ୍ରାମରେ ଥିବା ଗୋପୀନାଥ ମନ୍ଦିରରେ ନୂତନ ବସ୍ତ୍ର ପରିଧାନ କରି ରଖିଥିଲେ। ସତ୍ୟବାଦୀ ପୋଲିସ ଓ ଅଗ୍ନିଶମ ବାହିନୀ ପୋଖରୀ ତନଖି କରିଥିଲେ। ପୋଲିସ ଉଦ୍ଧାର କରି ମୂର୍ତ୍ତିକୁ ଥାନାରେ ରଖିଛି। ମୂର୍ତ୍ତିଟିର ଉଚ୍ଚତା ପାଖାପାଖି ଦେଢ଼ ଫୁଟ ଓ ଓଜନ ୩ କିଲୋ ହେବ।