ବାଙ୍କୀ: ନୂଆଗାଁ ପଂଚାୟତ ରେ ନୂତନ ପଂଚାୟତ ଗୃହ ଉଦଘାଟିତ
Banki, Cuttack | Feb 15, 2024 ବାଙ୍କୀ ବ୍ଲକ ଅନ୍ତର୍ଗତ ନୂଆଗାଁ (ଖଜୁରୀପଦା) ଗ୍ରାମପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମମତା ମହାପାତ୍ରଙ୍କ ଦ୍ୱାରା ପରିଚାଳନା ହୋଇଥିଲା।ସମ୍ମାନୀତ ଅତିଥି ଭାବେ ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ,ବାଙ୍କୀ ବ୍ଲକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୂଚିସ୍ମିତା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଜେନା , କନିଷ୍ଠ ଯନ୍ତ୍ରୀ ହେମନ୍ତ କୁମାର ସାମନ୍ତରାୟ, ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ରଥ ଯୋଗଦେଇଥିଲେ ।