ଆଗାମୀ ୧୦ ତାରିଖରୁ ପ୍ରୋ ଲିଗ୍ ହକି ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ଆର୍ଜେଣ୍ଟିନା ହକି ଟିମ୍ ଅଭ୍ଯାସ କରିଥିବା ଦେଖିବାକୁ ମିଳିଛି। ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଫେବ୍ରୁଆରି ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ପ୍ରୋ-ଲିଗ୍ ଖେଳାଯିବ। ପୂର୍ବଥର ଭଳି ଏଥର ମଧ୍ୟ ହକିପ୍ରେମୀ ମାଗଣାରେ ମ୍ୟାଚ୍ ଉପଭୋଗ କରିପାରିବେ।