ଜୟପୁର ଉପଖଣ୍ଡର ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଞ୍ଚାୟତରେ ମନେରେଗା ଟଙ୍କା ଆତ୍ମସାତ ହୋଇଛି । ଏନେଇ ଆଜି ଅପରାହ୍ନ 4ଟା ସମୟରେ ହିତାଧିକାରି ମାନେ ଜୟପୁର ଉପ ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ସମାଜସେବି ବି ହରିରାଓଙ୍କ ତ୍ନେତ୍ୃତ୍ୱରେ ଶତାଧିକ ହିତାଧିକାରି ମାନେ ବ୍ଲକର ପ୍ରଶାସନିକ ଅଧିକାରି ମାନେ ମିଶି ଚକ୍ରାନ୍ତ କରି ସରକାରଙ୍କ ଠାରୁ ମିଳିଥିବା ଏନଆରଇଜିଏସ ଟଙ୍କା ଗ୍ରାମର ହାତିଧିକାରିଙ୍କ ହଡପ ହେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ଥିବା ହିତାଧିକାରି ମାନଙ୍କ ଟଙ୍କା ହଡପ ହୋଇଥିବା ଅଭିଯୋଗ କରିଛନ୍ତି ।