ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ମୟୂରଝାଲିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର କାନ୍ଥରେ ଫାଟ ସୃଷ୍ଟି ହେବା ସହ ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି ଶିକ୍ଷାଦାନ।ଏହି ବିଦ୍ୟାଳୟଟି ସରକାରଙ୍କ ଦ୍ଵାରା ୫ଟି ସ୍କୁଲରେ ସାମିଲ୍ ହେବାପରେ ଏହି ବିଦ୍ୟାଳୟର ଉନ୍ନତି କରଣ ଲାଗି ୪୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ପାଞ୍ଚମାସ ନ'ପୁରୁଣୁ ବିଦ୍ୟାଳୟର କାନ୍ଥ ଗୁଡ଼ିକ ଫାଟି ଆଁ କଲାଣି, ଫଳରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାକୁ ନେଇ ଭୟଭୀତ ଥିବା ଜଣାପଡିଛି।ତେବେ ତୁରନ୍ତ ଜେଇ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।