ନବକଳେବର ରୋଡ ସ୍ଥିତ ଏକ ଘରୋଇ ହସ୍ପିଟାଲ ପଛପଟେ ଡକାୟତି ଯୋଜନା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା 6ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଅବକାଶ ଲେନର ଡେଙ୍ଗା ଚିକୁ ଓରଫ ବିକାଶ ମହାନ୍ତି 26, ଖାକିମଠ ନୂଆସାହିର ପାରା ଗୁଡୁ ଓରଫ ଲୋକନାଥ ଦାସ 29, ଲୋକନାଥରୋଡ ଥାନାପତି ଭଗବତୀ ଲେନର ବୁଲୁ ଓରଫ ବୁଲା ଦାସ 35, ବଳିଆପଣ୍ଡା ମଙ୍ଗଳାସାହିର ପିଲି ମାଧିଆ ଓରଫ ମାଧବ ସିଂହ 23, ନରେନ୍ଦ୍ରକୋଣ ମଙ୍ଗଳାସାହିର ଟୁଲୁ ନାୟକ 42 ଓ ବଳିଆପଣ୍ଡା ଦାମୋଦର ରୋଡର ରଞ୍ଜିତ ସାହୁ 27 l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଆଇରନ ରଡ଼,ଗୋଟିଏ ଖଣ୍ଡା,4ଟି ଖାଲି ବିୟର ବୋତଲ ଜବତ କରାଯାଇଛି