ବୈପାରିଗୁଡା ବ୍ଲକରେ ସାତ ମାସ ହେଲା ବିଡ଼ିଓ ପଦବୀ ଖାଲି ପଡିଛି l ଏଣୁ ସ୍ଥାୟୀ ବିଡ଼ିଓ ନିଯୁକ୍ତି ପାଇଁ ଭୁବନେଶ୍ୱର ଠାରେ ଆଜି ଅପରାହ୍ନ ୩ ଟା ସମୟରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ବୈପାରୀଗୁଡା ଗ୍ରାମବାସୀ l ବୈପାରିଗୁଡା ପଞ୍ଚାୟତ ସମିତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର କାନ୍ଦଲିଆଙ୍କ ନେତୃତ୍ବରେ ଆଜି ଭୁବନେଶ୍ୱର ଠାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସହ ଭେଟି ସ୍ଥାୟୀ ବିଡ଼ିଓ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ବଦଳି ନିର୍ଦ୍ଦେଶକୁ ୨ ମାସ ବିତିଲା ତଥାପି କାର୍ଯ୍ୟ ରେ ଯୋଗ ଦେଉ ନାହାନ୍ତି ଅଫିସର l