ଖଲ୍ଲିକୋଟ୍: ପଣ୍ଡିତ ଗାଁ ଏଫ୍ ଏଲ ଏନ ମୋଡେଲ ସ୍କୁଲ ପରିଦର୍ଶନ କଲେ ଆମେରିକା ର ସ୍ୱତନ୍ତ୍ର ରିସର୍ଚ୍ଚ ଟିମ୍
ପଣ୍ଡିତ ଗାଁ ଏଫ୍ ଏଲ ଏନ ମୋଡେଲ ସ୍କୁଲ ଆଜି ପରିଦର୍ଶନ କରିଛନ୍ତି ଆମେରିକା ର ସ୍ୱତନ୍ତ୍ର ରିସର୍ଚ୍ଚ ଟିମ୍ । ଆଜି ଦିନ ସାଢ଼େ ୧୨ ଟା ସମୟରେ ଯୁନାଇଟେଡ଼ ଷ୍ଟେଟ୍ସ ଅଫ ଆମେରିକା ରୁ ସ୍ଵତନ୍ତ୍ର ରିସର୍ଚ୍ଚ ଟିମ୍ ସହ ନିପୁନ ସେଲ ସଦସ୍ୟା ଆସି ଖଲ୍ଲିକୋଟ ବ୍ଲକ ସ୍ଥିତ ପଣ୍ଡିତ ଗାଁ ଏଫ୍ ଏଲ ଏନ ମୋଡେଲ ସ୍କୁଲ ପରିଦର୍ଶନ କରିବା ସହ ପିଲାଙ୍କ ସହ କଥା ହୋଇ ଶିକ୍ଷାର ଉନ୍ନତି ଦିଗରେ ପଚାରି ବୁଝିଛନ୍ତି। ବିଦ୍ୟାଳୟରେ ଏଫ ଏଲ ଏନ ଶିକ୍ଷାକୁ ଦେଖିବା ସହ ଛାତ୍ରଛାତ୍ରୀ ଙ୍କ ପଢିବା ବିକାଶ କୁ ଦେଖି ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା କରିଥିଲେ।