ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୁଵର୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ହେମାନନ୍ଦ ବିଶ୍ବାଳଙ୍କ ୮୭ ତମ ଜନ୍ମ ବାର୍ଷିକୀ ପାଲିତ
ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ସକାଳ ଏଗାରଟା ସମୟରେ ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ହେମାନନ୍ଦ ବିଶ୍ବାଳଙ୍କ ୮୭ ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ ଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।ଏହି ଅବସରରେ ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ହେମାନନ୍ଦ ବିଶ୍ବାଳଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ସହିତ ତାଙ୍କର ସ୍ମୃତିଚାରଣ କରାଯାଇଥିଲା।