କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଣ୍ଟାବାଞ୍ଜି ବିଧାନସଭା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାନଙ୍କ ପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ତୁରୁଷା ଏୟାରଷ୍ଟ୍ରିପ୍ଟ ପହଞ୍ଚିଥିଲେ। ସେଠାରୁ ଟିଟିଲାଗଡ଼ ସିଟି ସ୍କୁଲ ଅସ୍ଥାୟୀ ହେଲିପ୍ୟାଡ଼ ପହଂଚିବା ପରେ ରୋଡ଼ ସୋ ରେ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ।