କରଞ୍ଜିଆ: ୧୪ ନମ୍ବର ୱାର୍ଡ ଠାରେ ଆଦର୍ଶ ଆମ କଳିକା କେନ୍ଦ୍ର ଉଦଘାଟନ କଲେ ବିଧାୟକ
କରଞ୍ଜିଆ ସ୍ଥିତ ୧୪ ନମ୍ବର ୱାର୍ଡ ଠାରେ ନବ ନିର୍ମିତ ଆଦର୍ଶ ଆମ କଳିକା କେନ୍ଦ୍ରର ଉଦଘାଟନୀ ଉତ୍ସବ ଆଜି ଦିବା ୧୦ ଘଟିକା ଠାରୁ ୧୨ ଘଟିକା ଯାଏଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର୍ ନାୟକଙ୍କ ସଭାପତିତ୍ବରେ ତଥା କରଞ୍ଜିଆ ସିଡିପିଓ ମଞ୍ଜୁଳା ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ।ଏହି ଅବସରରେ ଶିଶୁ ମାନଙ୍କ ମାନସିକ ତଥା ଶାରୀରିକ ବିକାଶ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବାବଦକୁ ବିଧାୟକ ନିଜ ବକ୍ତବ୍ୟ ରଖିଥିଲେ।