ଧରାକୋଟ, ଗୁଣ୍ଡିଚା ରେ ପହଣ୍ଡି,ସୋମବାର ରଥଟଣା ଧରାକୋଟ ଗଡର ବ୍ୟତିକ୍ରମ ପରମ୍ପରା ଅନୁଯାୟୀ ଆଜି ଗୁଣ୍ଡିଚା ତିଥିରେ ନେତ୍ର ଉତ୍ସବ ପାଳନ ପରେ ନବ ଭକ୍ତ ମାନେ ଯୌବନ ଦର୍ଶନ କରିଥିଲେ । ଏହା ପରେ ସେନା ଲାଗି ପାଇଁ ତିନି ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିଥିଲା । ଅପରାହ୍ନରେ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପାଟ ଡୋରି ଧରି ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡି କରି ରଥ ନିକଟକୁ ଆଣିବା ସମୟରେ ଅଧା ରାସ୍ତାରେ ଠାକୁର ମାନଙ୍କୁ ବଡ଼ ମଠ,ଚୈତନ୍ୟ ମଠ, ଗୌଣୀକିଆ ମଠ, ସାନ ମଠ,ବ୍ରଜ ମୋହନ ମଠ ତରଫରୁ ଅଧର ପଣା ଦିଆ ଯାଇଥିଲା।ରାତି ଆଠଟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଜମିଥିଲା।