ଆସନ୍ତା ୨୦୨୪ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ ରେ ସହଯୋଗ ପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବନ ବିଭାଗ କୁ ନିମନ୍ତ୍ରଣ କରିଥିବା ଜଣାପଡିଛି।ମନ୍ଦିର ରୁ ପ୍ରତିନିଧି ମଣ୍ଡଳୀ ରେ ପୂଜା ପଣ୍ଡା ସଦାଶିବ ନନ୍ଦ,ସୁନ୍ଦରି ନନ୍ଦ, ପୁର୍ଣ୍ଣ ମହାପାତ୍ର, ଗୋପାଳ ତିଆଡି, ଦେବୋତ୍ତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବିଶ୍ୱକର୍ମା କବି ମହାରଣା, ନନ୍ଦିଘୋଷ ରଥର ବିଶ୍ୱକର୍ମା ସୁରେଶ ଚନ୍ଦ୍ର ମହାରଣା ଉପସ୍ଥିତ ରହି ରଥ କାଠ ସମ୍ପର୍କରେ ରଣପୁର ବନ୍ୟାଞ୍ଚଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।