ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଲୋକ ମହୋତ୍ସବ -୨୦୨୬ ଆୟୋଜନ ଅବସରରେ ଆବାସ କମିଟି ଓ ସାଂସ୍କୃତିକ ଶୋଭାଯାତ୍ରା, ପଦଯାତ୍ରା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲା। ଆସନ୍ତା ଜାନୁୟାରୀ ୭ତାରିଖ ଠାରୁ ଜାନୁୟାରୀ ୧୧ତାରିଖ ପର୍ଯ୍ୟନ୍ତ ଲୋକ ମହୋତ୍ସବ ଆୟୋଜନ ସମ୍ପର୍କରେ କଳାକାର ମାନେ ରହିବା ର ସୂ -ବ୍ୟବସ୍ଥା କରିବାକୁ ସୋନପୁର ସହରର ହୋଟେଲ ମାଲିକ ସଂଘ ର ସମସ୍ତ ହୋଟେଲ ମାଲିକ ମାନଙ୍କ ସହ ଆଲୋଚନା କରି ଛନ୍ତି ଜିଲ୍ଲାପାଳ