ବାସିନୀଗୁଡା ଠାରେ ଡିଗ୍ରୀ କଲେଜ ଶିବିରାର୍ଥୀଙ୍କୁ ଜନ କଲ୍ୟାଣ ଯୋଜନା ଏବଂ ଯୁବଶକ୍ତି ବିଷୟରେ ପ୍ରଶିକ୍ଷଣ ପ୍ରଦାନ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବସିନିଗୁଡା ଠାରେ ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟର ସ୍ବତନ୍ତ୍ର ଶୀତକାଳୀନ ଶିବିର ଆରମ୍ବ ହୋଇଯାଇଛି l ଆଜି ପୂର୍ବାହ୍ନ ଏଗାରଟା ଠାରୁ ଅପରାହ୍ନ ପାଞ୍ଚ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ଅନୁଷ୍ଠାନର ପୂର୍ବତନ ଅଧକ୍ଷ ତଥା ସିଏଚଏନଆର ର ଜିଲ୍ଲା ସଂଯୋଜକ ସୁନୀଲ କୁମାର ମିଶ୍ର ଜନ କଲ୍ୟାଣ ସରକାରୀ ଯୋଜନା ବିଷୟ କୁ ନେଇ ପ୍ରଶିକ୍ଷଣ ଦେଇଥିଲେ l