ଚାରମାଳ: ଚାରମାଳ ପ୍ରାଥମିକ ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷୟିତ୍ରୀ , ମୁଖ୍ୟ ଗେଟରେ ତାଲା ପକାଇଲେ ଅବିଭାବକ
ଚାରମାଳ ପ୍ରାଥମିକ ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷୟିତ୍ରୀ , ମୁଖ୍ୟ ଗେଟରେ ତାଲା ପକାଇ ଲେ ଅବିଭାବକ.ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଋ ଚାରମାଲ ରେ ଥିବ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଓ 2 ଜଣ ଶିକ୍ଷୟିତ୍ରୀ ପାଠ ପଢାଇବା ପାଇଁ ନିଯୁକ୍ତ ହୋଇଛନ୍ତି । ହେଲେ ସେଥିମଧ୍ୟରୁ ୨ ଜଣ ଶିକ୍ଷୟିତ୍ରୀ ସ୍କୁଲ କୁ ପାଠ ପଢାଇବା ପାଇଁ ଆସୁନାହାଁନ୍ତି । ଯାଫଳରେ ୬୦ ଜଣ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି । ଶିକ୍ଷୟିତ୍ରୀ ମାନେ ଆସୁ ନଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଆସି ପାଠ ପଢ଼ାଉଛନ୍ତି ।