ଭଣ୍ଡାରିପୋଖରୀ: ଚି଼ଙ୍ଗିଡ଼ିପୁରଠାରେ ବସକୁ ପିଟିଲା କାର, ଜଣେ ଗୁରୁତର
୧୬ ନଂ ଜାତୀୟ ରାଜପଥର ଚି଼ଙ୍ଗିଡ଼ିପୁର ଛକଠାରେ ବୁଧବାର ସକାଳେ ଏକ କାର ଏକ ବସକୁ ପଛ ପଟୁ ଧକ୍କା ଦେବାରୁ ଜଣେ ଗୁରୁତର ହୋଇଛନ୍ତି। ଭଦ୍ରକ ପଟୁ କାରଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ବସକୁ ପଛ ପଟୁ ଧକ୍କା ଦେଇଥିଲା। ଏଥିରେ କାରର ସମ୍ମୁଖ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କାରରେ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଭଦ୍ରକ ମେଡିକାଲକୁ ପଠାଇଛନ୍ତି।