କରଞ୍ଜିଆ: ଆଦିପୂର୍ ବାଲି ଘାଟରେ ମାଇନିଙ୍ଗ,ପୋଲିସ ଓ ରାଜସ୍ବ ବିଭାଗର ଚଢାଉ,୨ ଗୋଟି ଡଙ୍ଗା ଜବତ୍
ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ ଉପଖଣ୍ଡରେ ବାଲି ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ଆଜି ମାଇନିଙ୍ଗ ବିଭାଗ,ପୋଲିସ ଓ ରାଜସ୍ବ ବିଭାଗର ଏକ ମିଳିତ ଦଳ ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ବୈତରଣୀ ର ଆଦିପୂର୍ ବାଲି ଘାଟରେ ଚଢ଼ାଉ କରିଥିଲେ। ମାଫିଆ ମାନେ ବେଆଇନ ଭାବେ କେନ୍ଦୁଝର ପଟୁ ଡଙ୍ଗା ଆଣି ୨ ଗୋଟି ଡଙ୍ଗା ସାହାଯ୍ୟରେ ମୟୂରଭଞ୍ଜ ସୀମାରୁ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ପାଇଥିଲେ ବିଭାଗୀୟ ଅଧିକାରୀ। ଅନ୍ୟପଟେ ଅଧିକାରୀ ମାନଙ୍କୁ ଦେଖି ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ୨ ଗୋଟି ଡଙ୍ଗା କୁ ବିଭାଗୀୟ ଅଧିକାରୀ ମାନେ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି।