ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବେଣ୍ଣା ଫାଣ୍ଡି ଅଞ୍ଚଳର ଛାତ୍ରୀ ଆତ୍ମହୁତି ଘଟଣା ରେ ଗତକାଲି ବିଳମ୍ବିତ ରାତିରେ ଛାତ୍ରୀ ଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଇସ୍ପାତ ଜେନେରାଲ ହସପିଟାଲରେ ସମ୍ମୁଖରେ ଛାତ୍ରୀ ଙ୍କର ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା। ତେବେ ସରକାର ଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା ପରେ ଧାରଣା ପ୍ରତ୍ୟାହୃତ କରାଯାଇଛି।