ମହିଳା ମାନଙ୍କ ପାଇଁ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ଯୋଗଦେଇ ବକ୍ତବ୍ୟ ରଖିଲେ ଗଁଦିଆ ବ୍ଳକ ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ପଞ୍ଚାୟତର ସରପଞ୍ଚ ଆରତୀ ନାୟକ ଆଜି ତା୨୦।୧୧।୨୫ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ଢେଙ୍କାନାଳ ଜିଲ୍ଲାର ପ୍ରତିନିଧିତ୍ୱ କରି ବକ୍ତବ୍ୟ ରଖିଥିଲେ। ଲିଙ୍ଗ ସମତା ଓ ସାମାଜିକ ସମାବେଶ ଅର୍ଥାତ୍ ମହିଳା,ଶିଶୁ,ବ୍ରୃଦ୍ଧ , ଶାରୀରିକ ଅକ୍ଷମତା ଓ ମାର୍ଜିନାଲ ଗୋଷ୍ଠି ସହିତ ସମସ୍ତଙ୍କ ସୁରକ୍ଷା ଭାଗିଦାରୀ ପ୍ରମାଣିତ କରିବା ପାଇଁ ଏହି କର୍ମଶାଳାର ଆୟୋଜନ ହୋଇଥିଲା ।