ସୁବର୍ଣ୍ଣପୁର ଜିଲ୍ଲା ସଦର ଏନ ଜି ଓ ସି ସି ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ଓ ଉପ ନିୟନ୍ତ୍ରକ ବୈଧ ମାପ, ଓଜନ ବିଭାଗ ମିଳିତ ଆନୁକୂଲ୍ୟରେ ତଥା ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି!ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଯୋଗ ଦେଇ ଉଦଘାଟନ କରିବା ସହ ଖାଉଟି ସଚେତନ ହେଲେ ଠକାଇ ବନ୍ଦ ହେବ ବୋଲି ପ୍ରକାଶ କରିଥିଲେ, ସଭା ପ୍ରାରମ୍ଭ ରେ ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଖାଉଟି ସୁରକ୍ଷା ଆଇନ 2019 ବିଷୟରେ ଆଲୋଚନା କରିଥିଲେ