ବିଦ୍ୟାଳୟ ପରିସରରେ ସୂଚନା ଫଳକ ପଡି ଜଣେ ଛାତ୍ର ମୃତ, ଏ ଘଟଣା କୁ ନେଇ ଜାତୀୟ ରାଜପଥ ଅବରୋଧ କଲା ବିଜେଡି ଦଳ l ଏଭଳି ଚିତ୍ର ଆଜି ଅପରାହ୍ନ ୨ ଟା ସମୟରେ କୋଟପାଡ଼ ମୁଖ୍ୟ ରାସ୍ତା ରେ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ, କୋଟପାଡ଼ ଥାନା ଢାମଣାହାଣ୍ଡି ପଞ୍ଚାୟତ ସରକାରୀ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ଗାନ୍ଧୀନଗର ଠାରେ ସୂଚନାଫଳକ ପଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁର କାରଣ ଅସ୍ପଷ୍ଟ l ମୃତକ ଛାତ୍ର ଗୁମୁଡା ପଞ୍ଚାୟତ ସୁଉନିଗୁଡା ଗ୍ରାମର ପ୍ରେମାନନ୍ଦ ଭତ୍ରା ବୋଲି ଜଣାପଡିଛି l