ରଣପୁର: ଅନ୍ଧାରୁଆ ଓ କୃଷ୍ଣପୁର ଗ୍ରାମରେ ଲାଭାର୍ଥି ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ : ରଣପୁର ପୂର୍ବତନ ବିଧାୟିକା
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ଅନ୍ଧାରୁଆ ଓ କୃଷ୍ଣପୁର ଗ୍ରାମରେ ଲାଭାର୍ଥି ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ରଣପୁରର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ। ଶ୍ରୀମତୀ ପାଢ଼ୀ ଆଜି ଉଭୟ ଗ୍ରାମରେ ପହଞ୍ଚି ଦୁଆର ଦୁଆର ବୁଲି କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରିଥିଲେ।