ଟିଟିଲାଗଡ଼ ଶିବମନ୍ଦିର ପ୍ରାଙ୍ଗଣରେ ଆସନ୍ତା ପବିତ୍ର ମହାଶିବରାତ୍ରି ପର୍ବକୁ ଶାନ୍ତି, ଶୃଙ୍ଖଳା ଓ ସୁସଂଗଠିତ ଭାବେ ପାଳନ କରିବା ନିମିତ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବେକ୍ଷଣ ଓ ସମୀକ୍ଷା କରାଗଲା। ଏହି ସମୟରେ ଉପଜିଲ୍ଲାପାଳ ଶ୍ରୀ ପଦ୍ମନାଭ ସାମନ୍ତ ରାୟ ମହୋଦୟଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ, ପୋଲିସ୍ ପ୍ରଶାସନ, ମନ୍ଦିର କମିଟି ସଦସ୍ୟ ଓ ସାମାଜିକ ସେବୀମାନେ ଉପସ୍ଥିତ ରହି ଭକ୍ତମାନଙ୍କ ସୁବିଧା, ସୁରକ୍ଷା, ଯାତାୟାତ ବ୍ୟବସ୍ଥା, ପରିସ୍କାରତା ଓ ଆପାତକାଳୀନ ସେବା ସମ୍ପର୍କରେ ସବିସ୍ତାର ଆଲୋଚନା କରିଥିଲୁ। ଶ୍ରଦ୍ଧାଳୁମାନେ ନିର୍ବିଘ୍ନ ଓ ଭକ୍ତିମୟ ପରିବେଶରେ ପ୍ରଭୁ ମହାଦ