କଣ୍ଟାମାଳ: କୁରୁକୁପା ଓ ଧୁଙ୍ଗିଆ ମୁଣ୍ଡା ପର୍ଯ୍ୟଟନ ସ୍ଥଳି ପରିଦର୍ଶନ କଲେ ଜିଲ୍ଲାପାଳ ଓ ପର୍ଯ୍ୟଟନ ଅଧିକାରୀ
ରବିବାର ଦିନ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରୁକୁପା ଓ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଧୁଙ୍ଗିଆ ମୁଣ୍ଡା ପର୍ଯ୍ୟଟନ ସ୍ଥଳି ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ l ଶ୍ରୀ ନାୟକ ଆଜି ଉଭୟ ସ୍ଥାନରେ ପହଞ୍ଚି ସେଠାରେ ଥିବା ପର୍ଯ୍ୟଟନ ଭିତ୍ତି ଭୂମିର ତଦାରଖ କରିବା ସହ ପର୍ଯ୍ୟଟନ ସ୍ଥଳିର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଜନ ସାଧାରଣ ମାନଙ୍କ ସହ ଆଲୋଚନା କରିଥିଲେ |