ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ପାଟଲା ଗ୍ରାମ ହାତୀ ଆକ୍ରମଣରେ ମ୍ରୃତ୍ୟୁ ବରଣ କରିଥିବା ଚିନ୍ମୟୀଙ୍କ ଘରକୁ ଗଲେ ସାଂସଦ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଗ୍ରାମ ଠାରେ ଗତ ଗୁରୁବାର ଦିନ ମ୍ରୃତ୍ୟୁ ବରଣ କରିଥିବା ଚିନ୍ମୟ ଦେହୁରୀ (୨୫) ଙ୍କ ଘରକୁ ଆଜି ତା୨୨।୧୧।୨୫ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ସାଂସଦ ରୁଦ୍ରନାରାୟଣ ପାଣି ଯାଇ ଚିନ୍ମୟଙ୍କ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ସୂଚନା ଅନୁସାରେ ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନ ହେଲା ହାତୀ ଉପଦ୍ରବ ଲାଗିରହିଛି। ଏଠାରେ ବର୍ଷ ସାରା ହାତୀ ମଣିଷ ମଧ୍ୟରେ ଲଢେ଼ଇ ଜାରି ରହିଛି।