ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଗ୍ରାମ ଠାରେ ଗତ ଗୁରୁବାର ଦିନ ମ୍ରୃତ୍ୟୁ ବରଣ କରିଥିବା ଚିନ୍ମୟ ଦେହୁରୀ (୨୫) ଙ୍କ ଘରକୁ ଆଜି ତା୨୨।୧୧।୨୫ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ସାଂସଦ ରୁଦ୍ରନାରାୟଣ ପାଣି ଯାଇ ଚିନ୍ମୟଙ୍କ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ସୂଚନା ଅନୁସାରେ ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନ ହେଲା ହାତୀ ଉପଦ୍ରବ ଲାଗିରହିଛି। ଏଠାରେ ବର୍ଷ ସାରା ହାତୀ ମଣିଷ ମଧ୍ୟରେ ଲଢେ଼ଇ ଜାରି ରହିଛି।