କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ନୋଡାଲ ହାଇ ସ୍କୁଲ୍ ଠାରେ ଆଜି ମେଗା ଆଡ଼ମିଶନ କମ ଓରିଏଣ୍ଟେସନ୍ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତି ଖୋସଲା ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟ କ୍ରମ ରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଷେକ ଭୁୟେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ ଫିତା କାଟି ନାମ ଲେଖା ର ଶୁଭାରମ୍ଭ କରିଥିଲେ। ଆଜି ପ୍ରଥମ ଦିନ ରେ ୨୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଥିବା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଖୋସଲା ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛନ୍ତି।