ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ମିନି ଷ୍ଟାଡିୟମ ଠାରେ ସାଂସଦ କ୍ରିଡ଼ା ମହୋତ୍ସବ ଉଦଘାଟିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଠାରେ ମିନି ଷ୍ଟାଡିୟମରେ ଆଜି ତା୨୧।୧୧।୨୫ ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସାଂସଦ କ୍ରିଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ରାଜ୍ୟ ଯୋଗାଣ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ରଙ୍କ ଗଁଦିଆ ବ୍ଳକ ପ୍ରତିନିଧି ରତିକାନ୍ତ ସାହୁ ସାଂସଦ କ୍ରିଡ଼ା ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଗଁଦିଆ ବ୍ଲକ ପ୍ରତିନିଧି ଲଳିତ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏମ୍ ଜେ ମହିମା ପ୍ରମୁଖ ଯୋଗଦେଇ ଥିଲେ। ଗଁନ୍ଦିଆ ବିଡ଼ିଓ ପବିତ୍ର ମୋହନ ବେହେରା ପ୍ରମୁଖ ଯୋଗଦେଇଥିଲେ।